Site icon ଆଜିକାଲି

ଓଡ଼ିଶାରେ ପଡ଼ିବନି ବାତ୍ୟାର ପ୍ରଭାବ

ATLANTIC OCEAN - SEPTEMBER 1: In this NOAA GOES-East satellite handout image, Hurricane Dorian, now a Cat. 5 storm, tracks towards the Florida coast taken at 13:20Z September 1, 2019 in the Atlantic Ocean. A hurricane warning is in effect for much of the northwestern Bahamas as it gets hit with 175 mph winds. According to the National Hurricane Center Dorian is predicted to hit the U.S. as a Category 4 storm. (Photo by NOAA via Getty Images)

ଭୁବନେଶ୍ୱର : ବଙ୍ଗୋପସାଗରରେ ଆସୁଛି ପୁଣି ଏକ ବାତ୍ୟା । ମାତ୍ର ଓଡ଼ିଶା ଉପରେ ପଡ଼ିବନି ଏହି ବାତ୍ୟାର ପ୍ରଭାବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ଅବପାତର ରୂପ ନେବା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ପରବର୍ତୀ ସମୟରେ ଅବପାତ ଆହୁରି ଘନିଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟାର ରୂପ ନେବା ପରେ ଏହା ପଶ୍ଚିମ ଉତର-ପଶ୍ଚିମ ଦିଗରେ ଗତି କରି ୮ ତାରିଖ ବେଳକୁ ତାମିଲନାଡୁ ପୁଡୁଚେରୀ ତଥା ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ତାମିଲନାଡୁ-ପୁଡ଼ୁଚେରୀ ତଥା ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ଏହାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ. ଉମାଶଙ୍କର ଦାସ କହିଛନ୍ତି, ଓଡ଼ିଶା ଉପରେ ବାତ୍ୟାର ପ୍ରାୟତଃ ପ୍ରଭାବ ରହିବନି । କିନ୍ତୁ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବ । କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବଢ଼ିଯିବ । ଏଥିପାଇଁ ଶୀତ କମିବ । ୮ ଓ ୯ ତାରିଖ ଅଧିକ ଶୀତ ଅନୁଭୂତ ହେବନି । ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ପ୍ରାୟ ଦୁଇ ଡିଗ୍ରୀ କମିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ବଲାଙ୍ଗୀରରେ କୁହୁଡ଼ି ପଡ଼ିବ । ସୋମବାର ରାଜ୍ୟର ୧୨ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିଲା । ସୁନ୍ଦରଗଡ଼ର କିରେଇରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗିବାଡ଼ି ଓ ଜି. ଉଦୟଗିରିରେ ୧୨, ଫୁଲବାଣୀରେ ୧୨.୫, ସିମିଳିଗୁଡ଼ାରେ ୧୨.୬, ସୁନ୍ଦରଗଡ଼ରେ ୧୨.୮, କୋରାପୁଟରେ ୧୩, କେନ୍ଦୁଝରରେ ୧୩.୪, ରାଣୀତାଳରେ ୧୩.୫, ଭବାନୀପାଟଣାରେ ୧୪.୨, ବାରିପଦାରେ ୧୪.୫, ବାଲେଶ୍ୱରରେ ୧୪.୫, ଅନୁଗୁଳରେ ୧୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Exit mobile version