Site icon ଆଜିକାଲି

ଗୁଣାତ୍ମକ ଶୈକ୍ଷିକ ବ୍ୟବସ୍ଥାକୁ ଗୁରୁତ୍ୱ: ନିଯୁକ୍ତ ହେବେ ଆଉ ୭,୫୦୦ ଶିକ୍ଷକ

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୃତୀୟ ପର୍ଯ୍ୟାୟରେ ଆଉ ସାଢ଼େ ସାତ ହଜାର ହାଇସ୍କୁଲ ଶିକ୍ଷକ ନିଯୁକ୍ତି କରିବାକୁ ବିଭାଗ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ନଭେମ୍ବର ଶେଷ ସୁଦ୍ଧା ଏନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ତୃତୀୟ ପର୍ଯ୍ୟାୟ ନିଯୁକ୍ତିରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରକାଶ ପାଇଥିବା ୧୧ ହଜାର ୪୦୩ଶହ ପଦରୁ ୬ ହଜାର ୮୯୧ ପଦ ପୂରଣ ହେବା ପରେ ଅବଶିଷ୍ଟ ୪,୩୧୨ ସହିତ ଆହୁରି ପ୍ରାୟ ୩ ହଜାର ପଦକୁ ମିଶାଇ ପାଖାପାଖି ୭ ହଜାର ୫ଶହ ପଦରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

ଚଳିତ ଥର ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ସ୍ୱଚ୍ଛତା ପଦ୍ଧତି ଅବଲମ୍ବନ କରାଯିବ। ନୂଆ ପ୍ରକ୍ରିୟାରେ ମେରିଟ୍‍ ଟ୍ରାକ୍‍ ସଂସ୍ଥାକୁ ବାଦ୍‍ ଦିଆଯିବ। ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଏସଏସବି ଦ୍ୱାରା ତ୍ୱରାନ୍ୱିତ ଲାଗି ବିଭାଗ ପଦକ୍ଷେପ ଗ୍ରହଣ କରୁଛି। ୨୦୨୩ ସୁଦ୍ଧା ତୃତୀୟ ପର୍ଯ୍ୟାୟ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। ପ୍ରଥମ ପର୍ଯ୍ୟାୟରେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୬,୮୯୧ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।

Exit mobile version