Site icon ଆଜିକାଲି

ବାଘ ବଂଶ ବୃଦ୍ଧିକୁ ଗୁରୁତ୍ବ : ଡେବ୍ରିଗଡକୁ ଆସିବେ ଦୁଇ ମହାବଳ

ଭୁବନେଶ୍ୱର : ସମ୍ବଲପୁର ଚିଡ଼ିଆଖାନାକୁ ମହାବଳ ବାଘ ଆଣିବା ପାଇଁ ବନ ବିଭାଗ ପକ୍ଷରୁ ବିଚାର ବିମର୍ଷ ଚାଲିଛି। ଦେଶର ଅନ୍ୟ ଚିଡିଆଖାନାରୁ ସମ୍ବଲପୁର ଚିଡ଼ିଆଖାନାକୁ ମହାବଳ ବାଘ ଆସିବେ। ରାଜ୍ୟରେ ବାଘ ବଂଶ ବୃଦ୍ଧିକୁ ଗୁରୁତ୍ବ ଦେଇଛି ବନ ବିଭାଗ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଡେବ୍ରିଗଡକୁ ୨ ମହାବଳ ବାଘ ଆସିବା ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ)ର ଅନୁମତି ମିଳିଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟାୟରେ ଗୋଟିଏ ମାଈ ଏବଂ ଗୋଟିଏ ଅଣ୍ଡିରା ମହାବାଳ ବାଘ ଆସିବାକୁ ଅନୁମତି ମିଳିଛି। ବନ୍ୟପ୍ରାଣୀ ସ୍ଥାନାନ୍ତରଣ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବାବେଳେ ସମ୍ବଲପୁର ଚିଡ଼ିଆଖାନାରୁ ଡେବ୍ରିଗଡ ଅଭୟାରଣ୍ୟକୁ ପ୍ରଥମ ଦିନରେ ୧୨ ଚିତ୍ରା ହରିଣଙ୍କୁ ସ୍ଥାନାନ୍ତର କରାଯାଇଛି। ସମ୍ବଲପୁର ଚିଡ଼ିଆଖାନାରୁ ପର୍ଯ୍ୟାୟକ୍ରମେ ସମୁଦାୟ ୧୧୫ ଚିତ୍ରା ହରିଣ ଡେବ୍ରିଗଡ ଅଭୟାରଣ୍ୟ ଅଣାଯିବାର ବ୍ୟବସ୍ଥା ହୋଇଛି।

Exit mobile version