Site icon ଆଜିକାଲି

ତାତିରୁ ନାହିଁ ତ୍ରାହି : ପଶ୍ଚିମରେ ଅସମ୍ଭାଳ ସ୍ଥିତି, ସାଢେ ୧୧ ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର

heatwave.

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମପ୍ରବାହରୁ ନିସ୍ତାର ମିଳୁନାହିଁ। ଅସହ୍ୟ ଗରମ ଓ ଗୁଳୁଗୁଳିର ଲୋକେ ଛଟପଟ । ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ। ଏଠାରେ ଅନେକ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେଉଛି। ଆଜି ଦିନ ସାଢେ ୧୧ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁର ରାଜ୍ୟର ଉତ୍ତପ୍ତ ସହର ଥିଲା । ଏଠାରେ ତାପମାତ୍ରା ଥିଲା ୪୨ ଦଶମିକ ୨ ଡିଗ୍ରୀ ସେଲସିୟସ।

ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ବିଭିନ୍ନ ସ୍ଥାନରେ ତାପମାତ୍ରା : ସମ୍ବଲପୁର: ୪୨.୨°C, ଝାରସୁଗୁଡା: ୪୧.୬°C, ହୀରାକୁଦ: ୪୧°C, କେନ୍ଦୁଝର: ୩୮.୨°C, ଭୁବନେଶ୍ୱର: ୩୭.୨ °C, ଗୋପାଳପୁର: ୩୫.୬°C, ବାଲେଶ୍ୱର: ୩୪.୮°C, ପୁରୀ: ୩୪.୪°C, ଚାନ୍ଦବାଲି: ୩୩.୨°C, ପାରାଦୀପ: ୩୧.୮°C ରହିଛି।

Exit mobile version