Site icon ଆଜିକାଲି

୧୦ ବର୍ଷରେ ମଧ୍ୟରେ ୪୮ଜଣଙ୍କର ହାଜତ ମୃତ୍ୟୁ ହୋଇଛି

ଭୁବନେଶ୍ୱର : ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ୪୮ଜଣଙ୍କର ହାଜତ ମୃତ୍ୟୁ ଘଟିଛି । ସୋମବାର ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

କଂ​‌ଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ୧୦ ବର୍ଷରେ ଓଡ଼ିଶାରେ ୪୮ ଜଣଙ୍କର ହାଜତ ମୃତ୍ୟୁ ଘଟିଛି। ୨୦୧୫ରେ ସର୍ବାଧିକ ୮ ଜଣଙ୍କର ହାଜତ ମୃତ୍ୟୁ ହୋଇଥିବାବେଳେ ୨୦୧୬ରେ ୪, ୨୦୧୭ରେ ୩, ୨୦୧୮ରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୨୦୧୯ରେ ୭ ଜଣ, ୨୦୨୦ରେ ୭ ଜଣ, ୨୦୨୧ରେ ୫, ୨୦୨୩ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Exit mobile version