Site icon ଆଜିକାଲି

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧା ହେଲେ କୋଟିପତି ସହକାରୀ ଯନ୍ତ୍ରୀ

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ହେମଗିରି ଉପ-ବିଭାଜନର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ସଞ୍ଜୟ ବେହେରାଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ସହକାରୀଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ । କେବଳ ସୁନ୍ଦରଗଡ଼ରୁ ତାଙ୍କର ଦେଢ଼କୋଟିର ସମ୍ପତ୍ତି ଠାବ ହୋଇଛି ।

ଏହାଛଡା ତାଙ୍କର ଭଦ୍ରକ ଟାଉନ୍‌ ଜଗନ୍ନାଥପୁରରେ ୫ ହଜାର ବର୍ଗଫୁଟ୍‌ର ଏକ ୨ ମହଲା କୋଠା, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଗାଁରେ ଥିବା ଏକମହଲା ଘର, ଭଦ୍ରକ ଟାଉନ୍‌ ଜଗନ୍ନାଥପୁରରେ ପ୍ଲଟ୍‌ ନମ୍ବର ୮୬୧/୧୭୨୮ ଓ ଖାତା ନମ୍ବର ୨୯୦/୭୯୭ରେ ଜମି, ଯାଜପୁର ଜିଲ୍ଲା ଚନ୍ଦମାରେ ପ୍ଲଟ୍ ନମ୍ବର ୫୩୦/୩୮୧୮ ଓ ଖାତା ନମ୍ବର ୭୭୧/୭୮୧ରେ ୩.୪ ଲକ୍ଷର ଜମି , ୧.୬୭ କୋଟିର ବ୍ୟାଙ୍କ, ଡାକଜମା ଓ ବୀମା, ୨୦୦ ଗ୍ରାମର ସୁନାଗହଣା, ୧୦.୫ ଲକ୍ଷର ନଗଦ, ୨ ଚକିଆ ଓ ଘରୋଇ ଆସବାବପତ୍ର ଠାବ କରିଛି ଭିଜିଲାନ୍ସ । ଏହାଛଡା ସହକାରୀ ଯନ୍ତ୍ରୀ ନିଜ ଦୁଇ ସନ୍ତାନଙ୍କ ଡାକ୍ତରୀ ପଢ଼ାରେ ୮୧.୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।

Exit mobile version