Site icon ଆଜିକାଲି

ଛତିଶଗଡ ଓଡ଼ିଶା ସୀମାରେ ପୋଲିସ୍ ମାଓବାଦୀ ଗୁଳି ବିନିମୟ, ଦୁଇଟି ବନ୍ଧୂଜ ସମେତ ବିପୂଳ ମାଓ ସାମଗ୍ରୀ ଜବତ


ନବରଙ୍ଗପୁର, ନି ପ୍ର: ଆଜି ଆର୍ ଓ ଅଫିସ୍ ପରିସର ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟମରେ ନବରଙ୍ଗପୁର ଠାରେ ଓଡ଼ିଆ ଛତିଶଗଡ଼ ଓଡ଼ିଶା ସୀମା ବର୍ତ୍ତି ଅଞ୍ଚଳରେ ଦୁଇ ଏସଓଜି ଦଳ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ପ୍ରଦାନ କରିଥଲେ। ଗୋଟିଏ ଦିନ ପୂର୍ବରୁ ଛତିଶଗଡ଼ ଦାନ୍ତେୱାଡା ଠାରେ ମାଓ ତାଣ୍ଡବ ପରେ ଗତ ୨୫.୪.୨୦୨୩ ତାରିଖ ଦିନ ମଧ୍ୟ ରାତ୍ରୀରେ ବିଶ୍ଵସ୍ଥ ସୂଚନା ପାଇ ଦୁଇ ଏସ ଓ ଜି ଦଳ ଦୁଇ କୁମ୍ବିଂ ଅପରେସନ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଓ ଓଡ଼ିଶା ସୀମା ଛତିଶଗଡ଼ ରାଜ୍ୟର ଗରିଆବନ୍ଧ ଅଞ୍ଚଳର ଶୋଭା ସ୍ଥିତ ଘଞ୍ଚ ଅରଣ୍ୟ ମଧ୍ୟରେ ମାଓବାଦୀ ଥିବା ଖବର ପାଇଥିଲେ।

ସର୍ଚିଙ୍ଗ ଅପରେସନ ଜାରି ଥିବା ବେଳେ ୨୬.୪.୨୩ ତାରିଖ ସକାଳୁ ୯.୩୦ ମିନିଟ ସମୟରେ ଏସଓଜି ଓ ମାଓବାଦୀଙ୍କ ମୁହାଁ ମୁହିଁ ହେବା ପରେ ଦୁହିଁଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।ଗୁଳି ବିନିମୟ ସମୟରେ ମେଇନପୁର ଡିଭିଜନର ହାର୍ଡ କୋର୍ ୨୦ ରୁ ୨୫ ମାଓବାଦୀ ମୁରଲୀ ସିସିଏମ, କାର୍ତ୍ତିକ ଏସସିଏମ, ଗୁଡୁ, ଏସସିଏମ, ଆକାଶ, ଏସିଏମ, ନନ୍ଦଲାଲ, ଏସିଏମ ସମେତ ଅନ୍ୟାନ୍ୟ ମାଓବାଦୀ ମାନେ ସାଇବିନି କାଚର ଉଦନ୍ତୀ ଘଞ୍ଚ ଅରଣ୍ୟ ମଧ୍ୟରେ ଦୁଇ ଏସଓଜି ଗୋଷ୍ଠି ସହିତ ମାଓବାଦୀ ଗୁଳି ବିନିମୟ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ସୁଶ୍ରୀ। ଗୁଳି ବିନିମୟରେ କୌଣସି ଯବାନ ଆହତ ହେଇ ନ ଥିବା ବେଳେ ମାଓବାଦୀ ମାନେ ଗୁରୁତର ଆହତ ହୋଇଥିବା ସନ୍ଦେହ ପ୍ରକାଶ କରିଛନ୍ତି ଏସ ପି ସୁଶ୍ରୀ। ଗୁଳି ବିନିମୟ ସମୟରେ ଘଞ୍ଚ ଅରଣ୍ୟ ମଧ୍ୟରେ ମାଓବାଦୀ ଖସି ପଳାଇଯିବାକୁ ସଫଳ ହୋଇଥିବା ବେଳେ ଉକ୍ତ ସ୍ଥାନରୁ ବିପୁଳ ମାଓ ବ୍ୟବହୃତ୍ ଦୁଇଟି ବନ୍ଧୁକ ଓ ଅନ୍ୟ ମାଦକ ଦ୍ରବ୍ୟ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ଏସଓଜି ଦଳ।ଲିଫ୍ଲେଟ ,ବ୍ୟାନର, କୋଡେକ୍ସ ତାର ଦୁଇ ମିଟର, ଦେଶୀ ବନ୍ଧୁକ, ଡେଟୋନେଟର ୧୦ ଗୋଟି ସୋଲାର ପ୍ଲେଟ, ବ୍ୟାଟେରୀ, ଦୁଇଟି ଟାଙ୍ଗିଆ ବ୍ୟତିତ ଅବ୍ୟବହୃତ କଣ୍ଡମ, ଗର୍ଭ ପରୀକ୍ଷା କିଟ୍ ଦୁଇଟି ଜରି, ଚାଦର ରୋଷେଇ ସାମଗ୍ରୀ ଜବତ କରିଥିବା ସୂଚନା ପ୍ରଦାନ କରିଛନ୍ତି ସୁଶ୍ରୀ। କୁମ୍ବିଂ ଅପରେସନ ଜାରି ଥିବା ବେଳେ ବରିଷ୍ଠ ଅଧିକାରୀ ମାନେ ଏହାକୁ କଡ଼ା ନଜର ରଖିଥିବା କହିଛନ୍ତି ସୁଶ୍ରୀ।

Exit mobile version