Site icon ଆଜିକାଲି

ପୁରୀରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍, ଚତୁର୍ଦ୍ଧା ବିଗ୍ରହଙ୍କ କଲେ ଦର୍ଶନ

ପୁରୀ: ପୁରୀରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ସୋମବାର ସକାଳୁ ୫ଟି ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।

ଏହାପରେ ମା ଲକ୍ଷ୍ମୀ, ବିମଳାଙ୍କ ଦର୍ଶନ ସହ ବେଢ଼ା ପରିକ୍ରମା ମଧ୍ୟ କରିଥିଲେ । ତେବେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଉମାତ୍ର ଖୁବ୍ କମ୍ ଦିନ ଥିବାରୁ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଚାଲିଥିବା ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କିଭଳି ଶିଘ୍ର ଶେଷ ହେବ ସେନେଇ ମଧ୍ୟ ଅନୁଧ୍ୟାନ କରିଛନ୍ତି । ପରେ ୫ଟି ସଚିବ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ ।

Exit mobile version