Site icon ଆଜିକାଲି

ସମ୍ବଲପୁରରେ ୫-ଟି ସଚିବ ଭି.କେ ପାଣ୍ଡିଆନ, ମା’ ସମଲେଶ୍ୱରୀଙ୍କୁ କଲେ ଦର୍ଶନ

ସମ୍ବଲପୁର : ୫-ଟି ସଚିବ ଭି.କେ ପାଣ୍ଡିଆନ ସମ୍ବଲପୁର ଯାଇ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ପୀଠର ବିକାଶ କାମର ଅଗ୍ରଗତିର ସମୀକ୍ଷା କରିଛନ୍ତି । ସମଲେଶ୍ଵରୀ ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଛନ୍ତି ୫-ଟି ସଚିବ । ମନ୍ଦିର ରୂପାନ୍ତରଣ କାମର ଅନୁଧ୍ୟାନ କରିଛନ୍ତି । ଚଳିତବର୍ଷ ମନ୍ଦିରର ନବକଳେବର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରିଂ ରୋଡଠାରୁ ଆରମ୍ଭ କରି ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳ , ସୁଇମିଂ ପୁଲ ଓ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ କରାଯାଉଛି ।

Exit mobile version