Site icon ଆଜିକାଲି

ସମ୍ବଲପୁର ଜିଲ୍ଲାରେ ଆସନ୍ତା ମଇ ୧୫ ରୁ ରବି ଧାନ କିଣା ଆରମ୍ଭ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଆସନ୍ତା ମଇ ୧୫ତାରିଖରୁ ରବି ଧାନ କିଣା ଆରମ୍ଭ ହେବ। ୨୦୨୧-୨୦୨୨ ରବି ଋତୁ ପାଇଁ ୧୪୭୫୯ ଜଣ ଚାଷୀ ପଞ୍ଜିକରଣ କରିଥିବାରୁ ବେଳେ ୨୦୨୨- ୨୩ରବି ପାଇଁ ୧୫୪୪୪ ଜଣ ପଞ୍ଜିକରଣ କରିଛନ୍ତି। ୨୦୨୨ ୨୩ ରବି ଧାନ କିଣା ପାଇଁ ୩୦ ଟି ପ୍ୟାକ୍ସ ୧୦ ଟି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ, ୬୨ ପିପିସି ଏବଂ ୪୬ ମିଲର ସାମିଲ ହେବେ।

୨୦୨୧ -୨୨ ରେ ସର୍ବନିମ୍ନ ସହାୟକ ମୂଲ୍ୟ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଥିବା ବେଳେ ଗ୍ରେଡ଼ ଏ ଧାନ ପାଇଁ ୧୯୬୦ଟଙ୍କା ରହିଥିଲା। କିନ୍ତୁ ୨୦୨୨- ୨୩ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ଏବଂ ଗ୍ରେଡ଼ ଏ ଧାନ ୨୦୬୦ ଟଙ୍କା ରହିଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳ ୬ ଟା ରୁ ୧୦ ଟା ମଧ୍ୟରେ ଧାନ ସଂଗ୍ରହ ହେବ। ମଣ୍ଡୀରେ ସେଡ ଓ଼ ପାନୀୟ ଜଳର ବ୍ୟବସ୍ଥା ରହିବ। ଧାନ ଉଠାଣ ଜଲଦି, ଟୋକନ ଜେନେରେଟ ପରେ ଅବଧିରେ ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାରେ କୌଣସି ଅସୁବିଧା ରହିବ ନାହିଁ, ଯଦି କୌଣସି ଅସୁବିଧା ଉପୁଜିଲେ ଜିଲ୍ଲା ପ୍ରଶାସନ ତରଫରୁ ତାର ସମାଧାନ ନିମନ୍ତେ ପ୍ରୟାସ କରାଯିବ। ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଅନନ୍ୟା ଦାସ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମଦିନୀ ନାୟକ, ରେଙ୍ଗାଲି ବିଧାୟକ ନାଉରି ନାୟକ, କୁଚିଣ୍ଡା ବିଧାୟକ କିଶୋର ନାୟକ, ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, କୁଚିଣ୍ଡା ଉପଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ରେଢ଼ାଖୋଲ/ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରମେଶ ହାଁସଦା, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ସମେତ, ଚାଷୀ, ମିଲର୍ସ ପ୍ରତିନିଧି, ଅଧିକାରୀ ମାନେ ଉପସ୍ଥିତ ଥିଲେ।

Exit mobile version