Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ଗ୍ରାଫ୍ ଉପରତଳ ଜାରି ରହିଛି । କିଛି ଦିନର ବ୍ୟବଧାନ ପରେ ପୁଣି ଦୈନିକ ସଂକ୍ରମଣ ୨ ଶହ ତଳକୁ ଖସିଛି। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୧୫ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୨୨ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ଜଣେ ଥିବା ବେଳେ ବାଲେଶ୍ବରରୁ ୧, ବଲାଙ୍ଗୀରରୁ ୧୧ , କଟକରୁ ୩୩ , ଦେବଗଡ଼ରୁ ୩ , ଗଞ୍ଜାମରୁ ୧, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୩ , କଳାହାଣ୍ଡି ଜିଲ୍ଲାରୁ ୧୬ , କନ୍ଧମାଳରୁ ୩ , କେନ୍ଦ୍ରାପଡ଼ାରୁ ୧ , କେନ୍ଦୁଝରରୁ ୧ , ଖୋର୍ଦ୍ଧା ଜିଲ୍ଲାରୁ ୪୦ , କୋରାପୁଟରୁ ୩, ମୟୂରଭଞ୍ଜରୁ ୨ , ନବରଙ୍ଗପୁରରୁ ୧୧, ନୟାଗଡ଼ ଜିଲ୍ଲାରୁ ୬, ନୂଆପଡ଼ାରୁ ୧୧ , ପୁରୀରୁ ୪ , ରାୟଗଡ଼ାରୁ ୨ , ସମ୍ବଲପୁରରୁ ୯ , ସୋନପୁରରୁ ୪ , ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟପୁଲରୁ ୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୧ ହଜାର ୮୧୭ ସକ୍ରିୟ ମାମଲା ରହିଛି।
ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩,୩୦,୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧,୮୧୭ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ୧୩,୧୯,୩୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩,୩୩,୪୨,୮୭୨ସାମ୍ପୁଲ ଟେଷ୍ଟ୍ ହୋଇଛି ।

Exit mobile version