Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେଚିହ୍ନଟ ହୋଇଛନ୍ତି ୨୧୪ ନୂଆ କରୋନା ସଂକ୍ରମିତ । ସଙ୍ଗରୋଧରୁ ୧୨୯ ଓ ସ୍ଥାନୀୟ ଅଞ୍ଚଳରୁ ୮୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୦ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି।

ଅନୁଗୁଳ ଜିଲାରୁ ଜଣେ ଥିବାବେଳେ ବାଲେଶ୍ଵରରୁ ୧୦, ବୌଦ୍ଧରୁ ୩, କଟକରୁ ୨୮, ଦେବଗଡ଼ରୁ ୨, ଢେଙ୍କାନାଳରୁ ୬, ଗଜପତିରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୬, ଯାଜପୁରରୁ ୩, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୭, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ସର୍ବାଧିକ ୫୬, କୋରାପୁଟରୁ ୨, ମୟୂରଭଞ୍ଜରୁ ୩,ନୟାଗଡରୁ ୫, ନୂଆପଡାରୁ ୮, ପୁରୀରୁ ୩, ରାୟଗଡ଼ାରୁ ୨, ସମ୍ବଲପୁରରୁ ୯, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୨୨ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ରାଜ୍ୟ ପୁଲରୁ ୯ ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ୧ ହଜାର ୬୬୪ ସକ୍ରିୟ ମାମଲା ରହିଛି।

Exit mobile version