Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୨୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି ୨ ଶହ ଉପରେ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୬ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩୨ ଜଣ ସଙ୍ଗରୋଧ କେନ୍ଦ୍ର ଓ ସ୍ଥାନୀୟ ଅଞ୍ଚଳରୁ ୯୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୯ ଜଣ ୧୮ ବର୍ଷରୁ କମ୍ ବୟସ୍କ ଶିଶୁ କିଶୋର ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୧ହଜାର ୭୯୭ ସକ୍ରିୟ ସଂକ୍ରମିତ ଅଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲାରୁ ଜଣେ ଥିବା ବେଳେ ବରଗଡ଼ରୁ ୪, ଭଦ୍ରକରୁ ୨, ବଲାଙ୍ଗୀରରୁ ୫ , ବୌଦ୍ଧରୁ ୨, କଟକରୁ ୧୪ , ଜଗତସିଂହପୁରରୁ , ଯାଜପୁରରୁ ୫ , ଝାରସୁଗୁଡ଼ାରୁ ୧, କଳାହାଣ୍ଡି ଜିଲ୍ଲାରୁ ୭ , କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧, ଖୋର୍ଦ୍ଧା ଜିଲ୍ଲାରୁ ୧୦୪, କୋରାପୁଟରୁ ୪, ମୟୂରଭଞ୍ଜରୁ ୨ , ନବରଙ୍ଗପୁରରୁ ୧, ନୟାଗଡ଼ ଜିଲ୍ଲାରୁ ୩ , ନୂଆପଡ଼ାରୁ ୪, ପୁରୀରୁ ୭ , ରାୟଗଡ଼ାରୁ ୨, ସମ୍ବଲପୁରରୁ ୭ , ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୯ ଓ ଷ୍ଟେଟପୁଲରୁ ୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Exit mobile version