Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୩୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୩୩ ନୂଆ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ ୧୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୩୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।

ବାଲେଶ୍ଵର ଜିଲାରୁ ୭ଜଣ ଥିବା ବେଳେ ବରଗଡରୁ ୭, ଭଦ୍ରକରୁ ୧, ବଲାଙ୍ଗୀରରୁ ୧୨,ବୈ।ଦ୍ଧରୁ ୨ , କଟକରୁ ୩୧ , ଦେବଗଡ଼ରୁ ୨ , ଢେଙ୍କାନାଳରୁ ୧, ଗଜପତିରୁ ୧, ଗଞ୍ଜାମରୁ ୪,ଜଗତସିଂହପୁରରୁ ୧, ଯାଜପୁରରୁ ୨, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୯, କନ୍ଧମାଳରୁ ୩, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ସର୍ବାଧିକ ୫୩, କୋରାପୁଟରୁ ୧, ମୟୂରଭଞ୍ଜରୁ ୧୦, ନବରଙ୍ଗପୁରରୁ ୧୧,ନୟାଗଡରୁ ୯, ନୂଆପଡାରୁ ୬, ପୁରୀରୁ ୮, ରାୟଗଡ଼ାରୁ ୨, ସମ୍ବଲପୁରରୁ ୯, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୨୪ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଷ୍ଟେଟ ପୁଲରୁ ୧୧ ପଜିଟିଭ ମାମଲା ରିପୋର୍ଟ ହୋଇଛି । ସୂଚନା ଯେ, ରାଜ୍ୟରେ ୧୩,୩୧,୫୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୨୦, ୭୧୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୬୩୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Exit mobile version