Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୦୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୯ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି।

ଅନୁଗୁଳରୁ ୧, ବାଲେଶ୍ବରରୁ ୯, ବରଗଡ଼ରୁ ୪ ,ବଲାଙ୍ଗୀରରୁ ୯, କଟକରୁ ୧୦, ଦେବଗଡ଼ରୁ ୪, ଢେଙ୍କାନାଳରୁ ୧ ଗଞ୍ଜାମରୁ ୨ , ଜଗତସିଂହପୁରରୁ ୫ , ଯାଜପୁରରୁ ୫, ଝାରସୁଗୁଡ଼ାରୁ ୧, କଳାହାଣ୍ଡି ଜିଲ୍ଲାରୁ ୧୯ , କନ୍ଧମାଳରୁ ୨ , କେନ୍ଦ୍ରାପଡ଼ାରୁ ୫, ଖୋର୍ଦ୍ଧା ଜିଲ୍ଲାରୁ ୪୫, ମୟୂରଭଞ୍ଜରୁ ୬ , ନବରଙ୍ଗପୁରରୁ ୫, ନୟାଗଡ଼ ଜିଲ୍ଲାରୁ ୧୨, ନୂଆପଡ଼ାରୁ ୨୯, ପୁରୀରୁ ୭, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୯ , ସୋନପୁରରୁ ୬, ସୁନ୍ଦରଗଡ଼ରୁ ୪୧ ଓ ଷ୍ଟେଟପୁଲରୁ ୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୧ ହଜାର ୬୭୪ ସକ୍ରିୟ ମାମଲା ରହିଛି।

Exit mobile version