Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି ୩ ଶହ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୦୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୭ ଜଣ ୧୮ ବର୍ଷରୁ କମ୍ ବୟସ୍କ ।

ନୂତନ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ଜଣେ, ବାଲେଶ୍ବରରୁ ୨, ବରଗଡ଼ରୁ ୫, ଭଦ୍ରକରୁ ୩, ବଲାଙ୍ଗୀରରୁ ୧୭ , ବୌଦ୍ଧରୁ , କଟକରୁ ୧୫ , ଦେବଗଡ଼ରୁ ୪ , ଗଜପତିରୁ ୧୧ , ଗଞ୍ଜାମରୁ ୧, ଯାଜପୁରରୁ ୫ , ଝାରସୁଗୁଡ଼ାରୁ ୫, କଳାହାଣ୍ଡି ଜିଲ୍ଲାରୁ ୧ , କନ୍ଧମାଳରୁ ୯ ,କେନ୍ଦ୍ରାପଡ଼ାରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୫୦, କୋରାପୁଟ ଜିଲ୍ଲାରୁ ୨ , ମୟୂରଭଞ୍ଜରୁ ୯ , ନବରଙ୍ଗପୁରରୁ ୯ , ନୟାଗଡ଼ ଜିଲ୍ଲାରୁ ୬ , ନୂଆପଡ଼ାରୁ ୬, ପୁରୀରୁ ୭ , ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୬ , ସୋନପୁରରୁ ୧ , ସୁନ୍ଦରଗଡ଼ରୁ ୫୩ ଓ ରାଜ୍ୟ ପୁଲରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩,୨୬,୩୮୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧,୯୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩,୧୫,୧୭୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩,୩୧,୦୦,୭୭୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Exit mobile version