Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ଉପର ତଳ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୫୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୧୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୯୪୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ନୂଆ ସଂକ୍ରାମିତଙ୍କ ମଧ୍ୟରେ ବାଲେଶ୍ବର ଜିଲାରୁ ୭ ଜଣ ଥିବା ବେଳେ ବରଗଡ଼ରୁ ୫, ,ବଲାଙ୍ଗିରରୁ ୬, ବୈ।ଦ୍ଧରୁ ୨, କଟକରୁ ୨୧, ଦେବଗଡ଼ରୁ ୫ , ଗଜପତିରୁ ୩ , ଗଞ୍ଜାମରୁ ୧ , ଜଗତସିଂହପୁରରୁ ୫, ଯାଜପୁରରୁ ୧୦ , ଝାରସୁଗୁଡ଼ାରୁ ୩ , କଳାହାଣ୍ଡିରୁ ୧ , କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୭ , ଖୋର୍ଦ୍ଧାରୁ ୬୭ , କୋରାପୁଟରୁ ୧ , ମୟୂରଭଞ୍ଜରୁ ୯ , ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୧୨ , ନୂଆପଡ଼ାରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୩ , ସମ୍ବଲପୁରରୁ ୧୪ , ସୋନପୁରରୁ ୨ , ସୁନ୍ଦରଗଡ଼ରୁ ୪୦ ଓ ରାଜ୍ୟ ପୁଲରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Exit mobile version