Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ୩ ଶହ ତଳେ ହିଁ ରହିଛି ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୨୭୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୩ ଜଣ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୫ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪ ଜଣ ଚିହ୍ନଟ ହୋଇଛନ୍ତି। ବାଲେଶ୍ବର ଜିଲ୍ଲାରୁ ୧୨, ବରଗଡ଼ରୁ ୧୦, ଭଦ୍ରକରୁ ୩, ବଲାଙ୍ଗୀରରୁ ୯ , ବୌଦ୍ଧରୁ ୨, କଟକରୁ ୨୯ , ଦେବଗଡ଼ରୁ ୨ , ଗଞ୍ଜାମରୁ ୩, ଜଗତସିଂହପୁରରୁ ୪, ଯାଜପୁରରୁ ୮ , ଝାରସୁଗୁଡ଼ାରୁ ୨, କଳାହାଣ୍ଡି ଜିଲ୍ଲାରୁ ୭ , କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୫, ଖୋର୍ଦ୍ଧା ଜିଲ୍ଲାରୁ ୬୪, କୋରାପୁଟରୁ ୧,ମୟୂରଭଞ୍ଜରୁ ୭ , ନବରଙ୍ଗପୁରରୁ ୧୩ , ନୟାଗଡ଼ ଜିଲ୍ଲାରୁ ୫ , ନୂଆପଡ଼ାରୁ ୭, ପୁରୀରୁ ୮ , ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୦ , ସୋନପୁରରୁ ୩, ସୁନ୍ଦରଗଡ଼ରୁ ୪୨ ଓ ଷ୍ଟେଟପୁଲରୁ ୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୧ହଜାର ୯୫୪ ରହିଛି।

Exit mobile version