Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୯୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୪ ଜଣ ୧୮ ବର୍ଷରୁ କମ ବୟସ୍କ ଅଛନ୍ତି। ସଙ୍ଗରୋଧରୁ ୧୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ଵରରୁ ୪, ବରଗଡ଼ ଜିଲ୍ଲାରୁ ୮, ଭଦ୍ରକରୁ ୧, ବଲାଙ୍ଗୀରରୁ ୨୧, ବୈ।ଦ୍ଧରୁ ୨ , କଟକରୁ ୨୦ , ଢେଙ୍କାନାଳରୁ ୨, ଦେବଗଡ଼ରୁ ୨ , ଗଜପତିରୁ ୬ , ଜଗତସିଂହପୁରରୁ ୩, ଯାଜପୁରରୁ ୬ , ଝାରସୁଗୁଡ଼ାରୁ ୬ , କଳାହାଣ୍ଡିରୁ ୨୩, କନ୍ଧମାଳରୁ ୪ , କେନ୍ଦ୍ରାପଡ଼ାରୁ ୫ , ଖୋର୍ଦ୍ଧାରୁ ୬୩, କୋରାପୁଟରୁ ୨, ମୟୂରଭଞ୍ଜରୁ ୧୭, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୭, ନୂଆପଡ଼ାରୁ ୬, ପୁରୀରୁ ୩, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୩ , ସୋନପୁରରୁ ୨ , ସୁନ୍ଦରଗଡରୁ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୧୫ ମାମଲା ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ମାମଲା ୨ ହଜାର ୧୯୭ ରହିଛି।

Exit mobile version