Site icon ଆଜିକାଲି

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୦୮ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନାର ନୂଆ ପର୍ଯ୍ୟାୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଚଳିତ ଥର ପ୍ରଥମ ଥର ଲାଗି ଦୈନିକ ସଂକ୍ରମଣ ୩ ଶହ ପାର କରିଛି । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟାରେ ୩୦୮ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସକ୍ରିୟ ମାମଲା ୧ ହଜାର ୫୦୫କୁ ବୃଦ୍ଧି ପାଇଛି। ଏଣେ କୋଭିଡରେ ସୁବର୍ଣ୍ଣପୁର ଜିଲାରେ ଜଣେ ୭୦ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେ ଅନ୍ୟାନ୍ୟ ରୋଗରେ ବି ପୀଡ଼ିତ ଥିଲେ । ଏଥର ୩ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୂଚନା ଯେ, ରାଜ୍ୟରେ ଏପ୍ରିଲ ଆରମ୍ଭରୁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି।

Exit mobile version