Site icon ଆଜିକାଲି

ରାଜ୍ୟରେ ଗତ ୫ ବର୍ଷରେ ବଜ୍ରପାତ ନେଇଛି ୧୪୭୨ ଜଣଙ୍କ ଜୀବନ

ଭୁବନେଶ୍ୱର – ରାଜ୍ୟରେ ଗତ ୫ ବର୍ଷରେ ୧ ହଜାର ୪୭୨ ଜଣ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ୧୪୫ ଜଣ ବଜ୍ରପାତରେ ଆହତ ମଧ୍ୟ ହୋଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି । ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି। ବଜ୍ରପାତରେ ପ୍ରାଣ ହରାଉଥିବା ଲୋକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳୁଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

Exit mobile version