Site icon ଆଜିକାଲି

ମେ ମାସରେ ପ୍ରଚଣ୍ଡ ଗ୍ରୀଷ୍ମରେ ସନ୍ତୁଳି ହେବେ ରାଜ୍ୟବାସୀ

ଭୁବନେଶ୍ୱର: ପୁଣି ଫେରିବ ହିଟ୍‌ ୱେଭ୍‌ । ମେ ମାସରେ ପ୍ରଚଣ୍ଡ ଗ୍ରୀଷ୍ମରେ ସନ୍ତୁଳି ହେବେ ରାଜ୍ୟବାସୀ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ଡକ୍ଟର ମୃତ୍ୟଞ୍ଜୟ ମହାପାତ୍ର । ଏପ୍ରିଲରେ ହିଟ୍‌ ୱେଭ ଲୋକଙ୍କୁ କଲବଲ କରିଥିବା ବେଳେ ଏବେ କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରା ନିୟନ୍ତ୍ରଣରେ ରହିଛି ।

ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଆଜି ୧୫ ଜିଲ୍ଲାରେ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଏହାପରେ ପୁଣି ତାତି ଫେରିବ ବୋଲି ସତର୍କ କରାଇଛି ଆଇଏମଡି।

Exit mobile version