Site icon ଆଜିକାଲି

ଚଳନ୍ତା ବସ୍‌ରେ ବିଦ୍ୟୁତ ତାର ଲାଗି ଭାଙ୍ଗିଗଲା ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ

ନାରାୟଣପାଟଣା : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଗାରିଆଘାଟ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲା ନାରାୟଣପାଟଣା ଗାରିଆଘାଟ ସାହିରେ ବିଦ୍ୟୁତ ତାର ଲାଗି ଭାଙ୍ଗିଗଲା ବିଦ୍ୟୁତ ଖୁଣ୍ଟ । ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଘର ଉପରେ ପଡିଗଲା । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବସ୍‌ରେ ଥିବା ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ । ଘରେ ଥିବା ମହିଳା ଓ କୁନି କୁନି ପିଲାଙ୍କ ସହ ୩ ପରିବାର ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Exit mobile version