ଭୁବନେଶ୍ୱର : ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଘୋଷଣା ହେବା ନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ବାଦ୍ ପଡିଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ମିଳିବ ସୁଭଦ୍ରା ଟଙ୍କା । କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ପଡିବେନି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ଖାରଜ ହୋଇଥିବା ୨ଲକ୍ଷ ୬୭ ହଜାର ଆବେଦନ ରି-ଚେକ୍ ହେବ । ବାରମ୍ବାର ଚେକ୍ ହେବ, କେହି ବି ବଞ୍ଚିତ ହେବେ ନାହିଁ । ଏଥିପାଇଁ ୧ ତାରିଖରେ ନୋଡାଲ ଏଜେନ୍ସି ନିଯୁକ୍ତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।