Site icon ଆଜିକାଲି

ଭିଜିଲାନ୍ସ ଜାଲରେ ସାଳନ୍ଦୀ ଅଧିକ୍ଷଣ ଯନ୍ତ୍ରୀ

ଭଦ୍ରକ : ଭଦ୍ରକ ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କ ସରକାରୀ ଘର ଓ ଅଫିସ୍‌ରେ ଚଢ଼ାଉ କରିଛି ଭିଜିଲାନ୍ସ । ବାଲେଶ୍ୱରରେ ପୈତୃକ ଘର ଓ ଶ୍ୱଶୁର ଘରେ ବି ରେଡ୍ ଚାଲିଛି ।

ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ୫ ଲକ୍ଷ ଟଙ୍କା ଶଳାକୁ ଦେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଆୟବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ତେବେ ଏଯାବତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହାର ସୂଚନା ମିଳି ନାହିଁ ।

Exit mobile version