Site icon ଆଜିକାଲି

କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ପୁଣି ସକ୍ରିୟ ମାଓବାଦୀ, ଗଛ କାଟି ରାସ୍ତା ଅବରୋଧ

ଭବାନୀପାଟଣା : କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ପୁଣି ମାତିଲେ ମାଓବାଦୀ । ପୁଣି ପୋଷ୍ଟର ଓ ରାସ୍ତା ଅବରୋଧ କରିଛନ୍ତି ଲାଲ ବାହିନୀ । ୧୪ ତାରିଖ ରାତିରେ ଭବାନୀପାଟଣାଠାରୁ ମାତ୍ର ୧୦କିଲୋମିଟର ଦୂର ଭବାନୀପାଟଣା – ଥୁଆମୂଳ ରାମପୁର ମୁଖ୍ୟରାସ୍ତାର ଶଗଡା କିଟିପଦରଛକ ନିକଟରେ ମାଓବାଦୀ ମାନେ ବଡବଡ ଗଛ କାଟି ରାସ୍ତା ଅବରୋଧ କରିବା ସହିତ ଏହାର କାରଣ ପୋଷ୍ଟର ମାଧ୍ୟରେ ଉଲ୍ଲେଖ କରିଛନ୍ତି । ଏହି ଘଟଣା ଭବାନୀପାଟଣା – ଥୁଆମୂଳରାମପୁର ମଧ୍ୟରେ ଯିବା ଆସିବା ବନ୍ଦ ରହିଛି ।

Exit mobile version