Site icon ଆଜିକାଲି

ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର – ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ଓ କଟକରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟ୍ବିନ୍‌ ସିଟିରେ ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଆସନ୍ତା ୨୯ରେ ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟରେ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ଭୁବନେଶ୍ବରରେ ସେହିଦିନ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ । ଜଣେ ଡିସିପିଙ୍କ ସହ ରହିବେ ୧୦ ଅତିରିକ୍ତ ଡିସିପି। ୨୦ ଏସିପି, ୩୮ ଇନ୍ସପେକ୍ଟର, ୧୬୦ଜଣ ଏସଆଇ ମଧ୍ୟ ସୁରକ୍ଷା ଦାୟିତ୍ବରେ ରହିବେ ।

କଟକରେ ମାର୍ଚ୍ଚ ୧ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଅଛି । କଟକରେ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ । ବ୍ଲୁ-ବୁକ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Exit mobile version