Site icon ଆଜିକାଲି

ଅଙ୍କୁଶ କ୍ରିକେଟ ଟୋର୍ଣାମେଣ୍ଟ ଉଦଘାଟିତ

କେନ୍ଦୁଝର, (ନିପ୍ର) କେନ୍ଦୁଝର ସହରର ପୁରୁଣା ବଜାର ସ୍ଥିତ ହାଟ ପଡିଆ ଠାରେ ଉଦଘାଟିତ ହୋଇଛି ଅଙ୍କୁଶ ୧୩ତମ ବଳଦେବଜୀଉ ରାତ୍ରକାଳୀନ କ୍ରିକେଟ ଟୋର୍ଣାମେଣ୍ଟ । ଆଜିର ଖେଳରେ ଅତିଥି ରୂପେ ସିଟିଜି ର ଚେୟାରମ୍ୟାନ ରାଜେନ୍ଦ୍ର କୁମାର ପଲେଇ, ନଗରପାଳ ନିକୁ ସାହୁ, ଏମ୍ଏସପି ର ସଭାପତି ଦେବବ୍ରତ ସ୍ଵାଇଁ, ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ପଦ୍ମଶ୍ରୀ ମାଗୁଣୀ କୁଅଁର, ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଅଙ୍କୁଶ ର ବରିଷ୍ଠ ଖେଳାଳି ସଚ୍ଚିଦାନନ୍ଦ ଦାସ, ଅଙ୍କୁଶର ବରିଷ୍ଠ ସଦଶ୍ୟ ଦେବାଶିଷ ମିଶ୍ର ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ମାମଙ୍ଗକା ୧୧ସହିତ ମାହି ୧୧ ର ପ୍ରଥମିକ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମାହି ୧୧ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୩୨ଟି ଟିମ ଏହି ଟୋର୍ଣାମେଣ୍ଟ ରେ ଭାଗ ନେଉଛନ୍ତି ।

Exit mobile version