Site icon ଆଜିକାଲି

କାସାଣ୍ଡ୍ରା ଜାତୀୟ ନାଟକ ଉତ୍ସବ ଉଦଯାପିତ

କେନ୍ଦୁଝର, କେନ୍ଦୁଝର ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟର ପକ୍ଷରୁ ଆରମ୍ଭ ହୋଇଥିବା ଜାତୀୟ ନାଟକ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । କାସାଣ୍ଡ୍ରା କଲଚରାଲ ସେଣ୍ଟରର ୪୧ ତମ ରାଷ୍ଟ୍ରୀୟ ନାଟ୍ୟ ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ସଦର ବିଧାୟକ ମୋହନଚରଣ ମାଝୀ, ସଂମାନିତ ଅତିଥି ଭାବେ ବନ ଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି ଉପସ୍ଥିତ ଥିଲେ । ଏମ୍‍ଏସ୍‍ପି ସ୍ପଞ୍ଜ କାରଖାନାର ସଭାପତି ତଥା କାସାଣ୍ଡ୍ରା କଲଚରାଲ ସେଣ୍ଟରର ସଭାପତି ଇଂ ଦେବବ୍ରତ ସ୍ୱାଇଁଙ୍କ ଏବଂ କାସାଣ୍ଡ୍ରା କଲଚରାଲ ସେଣ୍ଟରର ସମ୍ପାଦକ ମଳୟ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଉଦଯାପନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଘନଶ୍ୟାମ ମିଶ୍ର, ବିଦ୍ୟାଧର ରାୟ, କଳ୍ପତରୁ ଆଚାର୍ଯ୍ୟ, ପରୀକ୍ଷିତ ଦାଶ, ବରିଷ୍ଠ ନାଟ୍ୟ ନିର୍ଦେଶକ ଯୋଗେନ୍ଦ୍ର ମହାପାତ୍ରଙ୍କୁ କାସାଣ୍ଡ୍ରା ସ୍ମୃତି ସଂମାନରେ ସଂମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ
ଅତିଥି ମାନଙ୍କ ଉପସ୍ଥିତିରେ ଏକ ସ୍ମରଣୀକା ଉନ୍ମୋଚିତ ହୋଇଥିଲା । ଆଜି ଉଦ୍‍ଯାପନୀ ସନ୍ଧ୍ୟାରେ ନାଟ୍ୟକାର ଚିନ୍ମୟ ଦାସପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଆୟୋଜକ କାସାଣ୍ଡ୍ରାର ନିଜସ୍ୱ ନାଟକ ‘କଥାତ ଏତିକି’ ଦର୍ଶକଙ୍କ ମନମୁଗ୍ଧ କରିଥିଲା, ତାଳିରେ ଫାଟିପଡୁଥିଲା ସମ୍ପୂର୍ଣ୍ଣ ଅଡ଼ିଟରୀୟମ । ସୂଚନାଯୋଗ୍ୟ ଯେ, କାସାଣ୍ଡ୍ରା ପକ୍ଷରୁ ଦୀର୍ଘ ୪୦ବର୍ଷ ଧରି ଏହି ନାଟକ ଉତ୍ସବ ଆୟୋଜିତ ହୋଇଆସୁଛି।

Exit mobile version