Site icon ଆଜିକାଲି

କେନ୍ଦୁଝର ଶିରିଡି ସାଇ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ଓ “ଗୁରୁ ଭାଗବତ ଟୁଙ୍ଗୀର” ଉଦଘାଟନ ଉତ୍ସବ ଅନୁଷ୍ଠିତ

କେନ୍ଦୁଝର, ଆଜି କେନ୍ଦୁଝର ନିକଟ ବର୍ତ୍ତୀ ବାଁପାର ସ୍ଥିତ ଶିରିଡି ସାଇ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ଓ “ଗୁରୁ ଭାଗବତ ଟୁଙ୍ଗୀର” ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ସାଇ ଭକ୍ତ ମାନେ ରାଜନଗର ସ୍ଥିତ ପବିତ୍ର ବୈତରଣୀ ଘାଟ ରୁ ବିଧିମନ୍ତ୍ର ଅନୁଯାୟୀ କଳସ ରେ ପାଣି ଆଣି କେନ୍ଦୁଝର ସହର ନିକଟରେ ପହଞ୍ଚି ଥିଲେ। ସେଠାରୁ ଏକ ବିରାଟ କଳସ ଯାତ୍ରା ରେ ସହର ପରିକ୍ରମା କରି ବାଁପାର ସାଇ ମନ୍ଦିର ରେ ପହଞ୍ଚି ଥିଲେ। ମନ୍ଦିର ରେ କଳସ ଧାରୀ ମାନେ ପହଞ୍ଚିବା ପରେ କଳସ ଧାରୀ ଭକ୍ତଙ୍କ ପାଦ ଧୋଇ ସ୍ୱାଗତ କରିଥିଲେ ଉପସ୍ଥିତ ଭକ୍ତ ମାନେ। ଏହି ପ୍ରତିଷ୍ଠା ଉତ୍ସବ ତିନି ଦିନ ଚାଲିବ ବୋଲି ମନ୍ଦିର ଟ୍ରଷ୍ଟ ର ଟ୍ରଷ୍ଟି ପ୍ରଦୀପ କୁମାର ବାରିକ ସୂଚନା ଦେଇଛନ୍ତି। ଆଜି ପ୍ରଥମ ଦିନରେ କଳସ ଯାତ୍ରା ଶନିବାର ଦିନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଥିବା ବେଳେ ରବିବାର ଦିନ ପ୍ରାଣ ପ୍ରତିଷ୍ଠା ଓ ପୂର୍ଣାହୂତି କାର୍ଯ୍ୟକ୍ରମ ଚାଲିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବାରିକ। ଶେଷ ଦିନ ପ୍ରାଣ ପ୍ରତିଷ୍ଠା ଓ ପୂର୍ଣାହୂତି ଉତ୍ସବ ଗୁରୁଜୀ ଡା. ଶ୍ରୀ ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ ଅନୁଷ୍ଠିତ ହେବାକୁ ଯାଉଥିବା ମଧ୍ୟ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆ ଯାଇଛି। କଳସ ଯାତ୍ରା ରେ ସହ ସହ ସାଇ ଭକ୍ତ ଜୟ ଶ୍ରୀ ସାଇ ନାରା ଦେଇ ପ୍ରକମ୍ପିତ କରିଥିଲେ ସମ୍ପୂର୍ଣ ପରିବେଷ। ଦୀର୍ଘ ଦିନ ର ଅନ୍ତ ଘଟି ସାଇ ବାବା ଙ୍କ ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ଆରମ୍ଭ ହୋଇଛି, ଯାହା ସାଇ ପ୍ରେମୀଙ୍କ ମନରେ ଭକ୍ତି ଭାବ ସହିତ ଉତ୍ସାହ ଭରିଦେଇଛି। ଟ୍ରଷ୍ଟି ନରହରି ଦାଭେ, ରାଜ କୁମାର ଚାନ୍ଦଗୋଟିଆ, ସଂଯୁକ୍ତା ପାଣିଗ୍ରାହୀ, ପ୍ରିତମ ରାଠୋର, ଅନିଲ ପୃଷ୍ଟି ତଥା କର୍ମକର୍ତ୍ତା ବିଶ୍ୱଜିତ ତ୍ରିପାଠୀ, ରଶ୍ମି ରଞ୍ଜନ ମହାନ୍ତି, ଦୁର୍ଯ୍ୟୋଧନ ସେନାପତି, ପ୍ରଶାନ୍ତ ସେନାପତି, ଖୋକୋନ ମିଶ୍ର,ରାଜେଶ ପରମାର ସମେତ ଅନେକ ଭକ୍ତଙ୍କ ପ୍ରୟାସ ରେ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଛି।

Exit mobile version