Site icon ଆଜିକାଲି

ଆଜି ଦେବଗଡ଼ର ପୁରୁଣାଗଡ଼ରେ ସ୍କିଲ ଇଣ୍ଡିଆ ସେଣ୍ଟରର ଉଦଘାଟନ

ଦେଓଗଡ: ଦେବଗଡ଼ର ପୁରୁଣାଗଡ଼ରେ ସ୍କିଲ ଇଣ୍ଡିଆ ସେଣ୍ଟରକୁ ଶନିବାର ଉଦଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାପରେ ଦେବଗଡ଼ର ତିଲେଇବଣିରେ କେନ୍ଦ୍ରୀୟ ଚଷା ସମାଜ ପକ୍ଷରୁ ଆୟୋଜିତ ଚଷା ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେବେ।

ସେହିପରି ଦେବଗଡ଼ର ନିଳାବରେଣି ସାହିରେ ଆୟୋଜିତ ଅନ୍ୟଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଅପରାହ୍ନ ୩ଟାରେ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆୟୋଜିତ ଦେବଗଡ଼ ଜିଲ୍ଲା, ବର୍ତ୍ତମାନ ଓ ଭବିଷ୍ୟତ କାର୍ଯ୍ୟକ୍ରମରେ ଦେବଗଡ଼ କଲେଜରେ ଯୋଗଦେବେ। ସଂଧ୍ୟା ୫ଟାରେ କୁଚିଣ୍ଡାର ଖଣ୍ଡାକୋଟାରେ ବିରାଟ ଧନୁଯାତ୍ରା ଉତ୍ସବରେ ଯୋଗଦେବେ।

Exit mobile version