Site icon ଆଜିକାଲି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଗାଁ ଗାଁ ବୁଲୁଛି ଅର୍ପଣ ରଥ

କଣାସ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ଉତ୍ସବ । ଏଥିପାଇଁ ରାଜ୍ୟବ୍ୟାପୀ ଉତ୍ସବ ମୁଖର । ସେଥିପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ ବୁଲୁଛି ଅର୍ପଣ ରଥ । ପୁରୀ ଜିଲ୍ଲା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କଣାସ ବ୍ଲର ଅଁଳାଯୋଡି ଓ ଗଡ ସାନପୁଟ ପଞ୍ଚାୟତର ବିଭିନ୍ନ ଗାଁ ଏବଂ ଓ୍ୱାର୍ଡରେ ବୁଲୁଛି ପରିକ୍ରମା ରଥ । ଭକ୍ତିମୟ ପରିବେଶ ଭିତରେ ଗୁଆ, ଅରୁଆ ଚାଉଳ, ନଡ଼ିଆ ସଂଗ୍ରହ ଚାଲିଛି ।

ସେହିପରି ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ଗୋପାଳଜୀଉ ମନ୍ଦିରରୁ ତିନି ଗୋଟି ରଥ ବିଭିନ୍ନ ପଞ୍ଚାୟତ ଭ୍ରମଣ କରୁଛି । ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ମନ୍ଦିରରେ ପୂଜାର୍ଚ୍ଚନା କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ଦାନ କରିଥିଲେ ।

ଗାଁ ଦାଣ୍ଡରେ ମହିଳା ଓ ପୁରୁଷମାନେ ହରିବୋଲ, ହୁଳହୁଳି ଓ ଶଙ୍ଖ ଫୁଙ୍କି ରଥକୁ ସ୍ୱାଗତ କରିଥିଲେ । ଏହାସହ ଗୁଆ ଓ ଚାଉଳ ଦାନ କରିଥିଲେ । ବ୍ରାହ୍ମଣଙ୍କ ବେଦ ପାଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ସମସ୍ତ ଗାଁ । ପିପିଲି ଓ କଣାସ ବ୍ଲକ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Exit mobile version