Site icon ଆଜିକାଲି

ବଢିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ

ଭୁବନେଶ୍ବର : ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି । ସରକାରୀ ମେଡିକାଲ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡରେ ୫୦ ପ୍ରତିଶତ ବୃଦ୍ଧି କରିଛି ସ୍ୱାସ୍ଥ୍ୟ ବିଭାଗ । ଏହି ବୃଦ୍ଧି ତତ୍କାଳ ଲାଗୁ ହେବ । ୨୦୨୧ ଜାନୁଆରୀରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ହାଉସ ସର୍ଜନମାନେ ଷ୍ଟାଇପେଣ୍ଡ ପାଉଥିଲେ । ପରେ ସେମାନଙ୍କ ଦାବି ଅନୁସାରେ ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଅର୍ଥ ବିଭାଗକୁ ମଧ୍ୟ ଅବଗତ କରାଯାଇଛି ।

Exit mobile version