ନୂଆଦିଲ୍ଲୀ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ୩ୟ ଦିନିକିଆ । ନ୍ୟୁଜିଲାଣ୍ଡ୍ର କ୍ରାଇସ୍ଚର୍ଚସ୍ଥିତ ହେଗ୍ଲି ଓଭାଲ୍ରେ ଚାଲିଥିବା ମ୍ୟାଚ୍ରେ ଟସ୍ ଜିଟି ନ୍ୟୁଜିଲାଣ୍ଡ୍ର ଅଧିନାୟକ କେନ୍ ୱିଲିୟମ୍ସନ୍ ବୋଲିଂ ନିଷ୍ପତ୍ତି ନେଇଥିଲେ । ଫଳରେ ଭାରତକୁ ପ୍ରଥମେ ବ୍ୟାଟିଙ୍ଗ୍ କରୁଛି। ସମ୍ପ୍ରତି ଭାରତ ୨୦ ଓଭର୍ ଖେଳି ୨ ୱିକେଟ୍ ହରାଇ ୮୫ ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଓପେନର୍ ଭାବେ ଯାଇଥିଲେ ଶିଖର ଧାୱନ ଏବଂ ଶୁବମନ୍ ଗିଲ୍। ଶିଖର ୨୮ ରନ୍ ଓ ଶୁବମନ୍ ଗିଲ ୧୩ ରନ କରି ଆଉଟ୍ ହୋଇଯାଇଛନ୍ତି। ପରେ ଶ୍ରେୟସ୍ ଆୟର୍ ଓ ପେଣ୍ଟ ଖେଳୁଛନ୍ତି ।
ଭାରତୀୟ ଦଳ : ଶିଖର ଧାୱନ୍ (ଅଧିନାୟକ), ଶୁବମନ୍ ଗିଲ୍, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର୍, ଋଷଭ ପନ୍ତ (ୱିକେଟ୍ ରକ୍ଷକ), ଦୀପକ ହୂଦା, ୱାସିଂଟନ୍ ସୁନ୍ଦର, ଦୀପକ ଚହର୍, ଉମ୍ରାନ୍ ମଲିକ, ଅର୍ଶଦୀପ ସିଂହ ଓ ଯୁଜବେନ୍ଦ୍ର ଚହଲ୍।
ନ୍ୟୁଜିଲାଣ୍ଡ୍ ଦଳ : ଫିନ୍ ଆଲେନ୍, ଦିବନ୍ କନ୍ୱେ, କେନ୍ ୱିଲିୟମ୍ସନ୍ (ଅଧିନାୟକ), ଡେରିଲ୍ ମିସେଲ୍, ଟମ୍ ଲଥାମ୍ (ୱିକେଟ୍ ରକ୍ଷକ), ଗ୍ଲେନ୍ ଫିଲିପ୍ସ୍, ମିସେଲ୍ ସାଣ୍ଟ୍ନର୍, ଆଦାମ୍ ମାଇଲ୍ନ୍, ମ୍ୟାଟ୍ ହେନ୍ରି, ଟିମ୍ ସାଉଥି ଓ ଲକି ଫର୍ଗୁସନ୍।