Site icon ଆଜିକାଲି

ଭିଏଲ-ଏସଆରଏସଏଏମର ସଫଳ ପରୀକ୍ଷଣ କଲା ଭାରତ

ବାଲେଶ୍ଵର : ଓଡ଼ିଶା ଉପକୂଳରେ ଥିବା ପରୀକ୍ଷଣ କେନ୍ଦ୍ରରୁ ଭାରତ ଆଜି ଭର୍ଟିକାଲ୍ ଲଞ୍ଚ ସର୍ଟ ରେଞ୍ଜ ଭୂପୃଷ୍ଠରୁ ଆକାଶମାର୍ଗକୁ କ୍ଷେପଣାସ୍ତ୍ର (VL-SRSAM)ର ସଫଳ ପରୀକ୍ଷଣ କରିଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜର ଲଞ୍ଚ ପ୍ୟାଡରୁ ଆଜି ଅପରାହ୍ନରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଳ୍ପ ଦୂରତା ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ମିଳିତ ଭାବେ ଏହି ପରୀକ୍ଷଣ କରିଥିଲେ। ଏହି କ୍ଷେପଣାସ୍ତ୍ର ପରୀକ୍ଷଣରେ ସମସ୍ତ ଆବଶ୍ୟକ କାର୍ଯ୍ୟଦକ୍ଷତା ମାନଦଣ୍ଡ ପୂରଣ ହୋଇଥିବା ଜଣାପଡିଛି । ଭିଏଲ୍-ଏସ୍ଆର୍ଏସ୍ଏଏମ୍ ନାମକ ଏକ ଜାହାଜବାହୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ସମୁଦ୍ର-ସ୍କିମିଂ ଟାର୍ଗେଟ୍ ସମେତ ନିକଟବର୍ତ୍ତୀ ରେଞ୍ଜରେ ଥିବା ବିଭିନ୍ନ ଆକାଶମାର୍ଗରୁ ବିପଦକୁ ନିୟନ୍ତ୍ରଣ କରିବା ପାଇଁ ଡିଜାଇନ୍ କରାଯାଇଛି।

Exit mobile version