Site icon ଆଜିକାଲି

ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ ସର୍ଭେ : ଲୋକପ୍ରିୟତାରେ ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲୋକପ୍ରିୟତାରେ ଏବେ ବି ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ। ଇଣ୍ଡିଆ ଟୁଡେ ପତ୍ରିକାର ‘ମୁଡ୍ ଅଫ ଦି ନେସନ’ ରାଜ୍ୟସ୍ତରୀୟ ସର୍ବେକ୍ଷଣ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ଏ କ୍ଷେତ୍ରରେ ନବୀନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ବହୁତ ପଛରେ ପକାଇ ଦେଇଛନ୍ତି । ମୁଡ୍ ଅଫ୍ ଦି ନେସନ ସର୍ଭେ ଅନୁସାରେ ଓଡ଼ିଶାର ୬୧ ଦଶମିକ ୩ ପ୍ରତିଶତ ଲୋକ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରନ୍ତି।

ସର୍ଭେ ଅନୁସାରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିଜ ରାଜ୍ୟରେ ୫୯ ଦଶମିକ ୧ ପ୍ରତିଶତ ଲୋକଙ୍କ ସମର୍ଥନ ପାଇ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୫୭ ଦଶମିକ ୭ ପ୍ରତିଶତ ଲୋକଙ୍କ ସମର୍ଥନ ରହିଥିବା ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ୫୫.୩ ପ୍ରତିଶତ ଜନସମର୍ଥନ ରହିଛି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ୪୯.୨ ପ୍ରତିଶତ ସମର୍ଥନ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ୨୦୨୨ ମସିହାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ।

Exit mobile version