Site icon ଆଜିକାଲି

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଠାରୁ ୧୯୧ ରନରେ ପଛରେ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବର୍ଡର-ଗାଭାସ୍କର ଟ୍ରଫିର ନିର୍ଣ୍ଣାୟକ ମୁକାବିଲା (ଚତୁର୍ଥ ଟେଷ୍ଟ) ଅହମଦାବାଦରେ ଖେଳାଯାଉଛି । ଶନିବାର ଟେଷ୍ଟ ମ୍ୟାଚର ତୃତୀୟ ଦିନ ଶେଷ ହୋଇଛି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ପାଳିରେ ୩ ୱିକେଟ୍ ହରାଇ ୨୮୯ ରନ ସଂଗ୍ରହ କରିଛି । ବିରାଟ କୋହଲି ୫୯ ଏବଂ ରବିନ୍ଦ୍ର ଜାଡେଜା ୧୬ ରନ କରି ଅପରାଜିତ ଅଛନ୍ତି । ଜାଡେଜା ଏବଂ କୋହଲିଙ୍କ ମଧ୍ୟରେ ୪୪ ରନର ପାର୍ଟନରଶିପ ହୋଇ ସାରିଛି । ଭାରତୀୟ ଟିମ ଏବେ ଅଷ୍ଟ୍ରେଲିଆ ଠାରୁ ୧୯୧ ରନ ପଛରେ ରହିଛି ।

ତୃତୀୟ ଦିନରେ ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ମଧ୍ୟରେ ୭୪ ରନ ପାର୍ଟନରଶିପ ହୋଇଥିଲା । ରୋହିତ ୩୫ ରନରେ ଆଉଟ୍ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ ଚେତେଶ୍ୱର ପୂଜାରା ୪୨ ରନରେ ମୁର୍ଫିଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ । ଶୁଭମନ ଗିଲ ଟେଷ୍ଟ ମ୍ୟାଚରେ ଦ୍ୱିତୀୟ ଶତକ ହାସଲ କରିଥିଲେ । ୧୨୮ ରନର ବ୍ୟକ୍ତିଗତ ସ୍କୋରରେ ନାଥାନ ଲିୟନଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ ଗିଲ୍ ।

ଟେଷ୍ଟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଟିମ ପ୍ରଥମ ଇନିଂସରେ ୪୮୦ କରିଛି । ଅଷ୍ଟ୍ରେଲିଆ ପାଇଁ ଖୱାଜା ୧୮୦ ଏବଂ କ୍ୟାମରିନ ଗ୍ରୀନ ୧୧୪ ରନ କରିଥିଲେ । ଭାରତ ପକ୍ଷରୁ ଅଶ୍ୱିନ ସର୍ବାଧିକ ୬ ୱିକେଟ୍ ନେଇଥିଲେ । ମ୍ୟାଚରେ ଆଉ ଦୁଇ ଦିନ ବାକି ଥିବା ବେଳେ ବଡ଼ ସ୍କୋର କରି ଶେଷ ଦିନରେ ଅଷ୍ଟ୍ରେଲିଆ ଟିମକୁ ଆଉଟ୍ କରିବା ପାଇଁ ଭାରତ ଯୋଜନା କରିପାରେ ।

Exit mobile version