Site icon ଆଜିକାଲି

ବିଶ୍ୱକପ ପ୍ରସ୍ତୁତି: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ ପାଇଁ ରାଉରକେଲାରେ ଭାରତ ଓ ଦକ୍ଷିଣ କୋରିଆର ଜୁନିଅର ଦଳ

ଭୁବନେଶ୍ୱର : ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲାର ନବନିର୍ମିତ ନୂଆ ହକି ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ ଖେଳିବା ପାଇଁ ଦକ୍ଷିଣ କୋରିଆ ଓ ଭାରତର ଜୁନିଅର ହକି ଦଳ ପହଞ୍ଚିଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିବା ପରେ ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ଖେଳାଳିମାନଙ୍କୁ ରାଉରକେଲା ନିଆଯାଇଥିଲା ।ସେକ୍ଟର-୨୧ ସ୍ଥିତ ହୋଟେଲରେ ଉଭୟ ଦଳର ଖେଳାଳିଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି । ହୋଟେଲରେ ଖେଳାଳି ରହୁଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଦୁଇ ଦଳ ମଧ୍ୟରେ ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମରେ ୩ଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ । ଆସନ୍ତାକାଲି , ୨୪ ଓ ୨୭ ତାରିଖରେ ମ୍ୟାଚ୍ ଖେଳାଯିବ । ଅଭ୍ୟାସ ମ୍ୟାଚ୍ ଶେଷ ହେବା ପରେ ଦକ୍ଷିଣ କୋରିଆ ଜୁନିୟର ଦଳ ସ୍ୱଦେଶ ଫେରିଯିବେ ।

Exit mobile version