Site icon ଆଜିକାଲି

ନଭେମ୍ବର ୧୫ରେ ମହାକାଶକୁ ପଠାଯିବ ଭାରତର ପ୍ରଥମ ଘରୋଇ ରକେଟ୍


ନୂଆଦିଲ୍ଲୀ: ଭାରତର ଘରୋଇ କ୍ଷେତ୍ର ଦ୍ୱାରା ବିକଶିତ ହୋଇଥିବା ପ୍ରଥମ ରକେଟ୍ ‘ବିକ୍ରମ-ଏସ୍’କୁ ନଭେମ୍ବର ୧୫ରେ ମହାକାଶକୁ ପ୍ରେରଣ କରାଯିବ। ହାଇଦ୍ରାବାଦ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ‘ସ୍କାଇରୁଟ୍ ଏରୋସ୍ପେସ୍’ର ଏହି ପ୍ରଥମ ମିଶନକୁ ‘ପ୍ରାରମ୍ଭ’ ନାମରେ ନାମିତ କରାଯାଇଛି । ଏହି ରକେଟରେ ତିନୋଟି ପେଲୋଡ୍ ରହିବ ଏବଂ ଶ୍ରୀହାରିକୋଟାସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ର ଲଞ୍ଚ ପ୍ୟାଡରୁ ମହାକାଶକୁ ପଠାଯିବ |

ସ୍କାଏରୁଟ୍ ଏରୋସ୍ପେସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ସହ-ପ୍ରତିଷ୍ଠାତା ପୱନ କୁମାର ଚାନ୍ଦନା ଗଣମାଧ୍ୟମକୁ କହିଛନ୍ତି ଯେ ରକେଟର ଲଞ୍ଚ୍ ନଭେମ୍ବର ୧୫ ପୂର୍ବାହ୍ନ ୧୧:୩୦ ରେ ହେବ।

Exit mobile version