Site icon ଆଜିକାଲି

ଗୋନାସିକା କେନ୍ଦୁଝର ମହୋତ୍ସବ ରେ ‘ଇନ୍ଦ୍ରଧନୁ’ ପ୍ରଶଂସିତ

କେନ୍ଦୁଝର, ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୩ ର ଦ୍ଵିତୀୟ ସନ୍ଧ୍ୟାରେ ଇନ୍ଦ୍ରଧନୁର କଳାକାରମାନେ ନିଜର ନୃତ୍ୟ ପ୍ରଦର୍ଶନ ଦ୍ଵାରା ଉପସ୍ଥିତ ଦର୍ଶକମାନଙ୍କ ମନକୁ ଜିଣିପାରିଛନ୍ତି ଏବଂ ଇନ୍ଦ୍ରଧନୁର ଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଓଡ଼ିଶୀ ନୃତ୍ୟ ଗଙ୍ଗା ତରଙ୍ଗ ଏବଂ ନୃତ୍ୟ ଅଭିନୟ ଦ୍ରୌପଦୀ ବିଷୟ ଦ୍ଵାରା ଦର୍ଶକ ମାନଙ୍କ ମନ ଆଉ ହୃଦୟରେ ଇନ୍ଦ୍ରଧନୁର ରଙ୍ଗ ଛିଟା ମାରିଥିଲେ। ନୃତ୍ୟ ପ୍ରଦର୍ଶନ କରିଥିଲେ ଅନୁଷ୍ଠାନର ମୋନାଲିସା, ଦେବସ୍ମିତା, ଶ୍ରାବଣୀ, ପ୍ରଜ୍ଞା, ତାନ୍ୟା, ଶ୍ରେୟା, ଲକ୍ଷ୍ମୀପ୍ରିୟା, ଦେବସ୍ରିତା, ସୋନାଲି ଏବଂ ଅଦ୍ୟାଶା, ଖୁସି, ଆକାଂକ୍ଷା, ଭୂମି, ରୂପାଲି, ଅଭିପ୍ସା, ମୋତିକଳ୍ପା, ରୋଜାଲିନ, ରିଧୀମା ଇତ୍ୟାଦି। ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଶୁଭଶ୍ରୀ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ମାର୍ଗ ଦର୍ଶନ ରେ ଇନ୍ଦ୍ରଧନୁ ର ଛାତ୍ରୀ ମାନେ ଖୁବ୍ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ। ଇନ୍ଦ୍ରଧନୁର ଅଧ୍ୟକ୍ଷ ପ୍ରିୟଦର୍ଶୀ ଆର୍ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

Exit mobile version