Site icon ଆଜିକାଲି

ରାସ୍ତା ତଳକୁ ଓଲଟିଲା ‘ଇନ୍ଦ୍ରାଣୀ’ ବସ୍, ୨୫ ଆହତ

ବାରିପଦା : ମୟୂରଭଞ୍ଜ ଜିଲା ବାରିପଦା-ବେତନଟୀ ରାସ୍ତାର କୃଷ୍ଣଚନ୍ଦ୍ରପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହି ବସ୍‌ । ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଇନ୍ଦ୍ରାଣୀ ନାମକ ଏକ ଯାତ୍ରୀବାହି ବସ୍‌ । ବିଳମ୍ବିତ ରାତି ୧୨ ଟା ୩୦ମିନିଟ୍‌ ସମୟରେ ୧୮ ନମ୍ବର ଜାତୀୟ ରାଜପଥ ପ୍ଲାଏ ଓଭରବ୍ରିଜ ନିକଟରେ ବସ୍‌ର ଚକ କୌଣସି କାରଣ ଫାଟିଯାଇଥିଲା । ଯାହାଫଳରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣା ଥିବା କିଛି ଯାତ୍ରୀ ଆହତ ହୋଇଥିବା ବେଳେ ବସ୍‌ ତଳେ ଜଣେ ଚାପି ହୋଇ ରହିଥିଲେ । ସେପଟେ ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲା । ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ପୋଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

FacebookTwitterLinkedinWhatsapp
Exit mobile version