Site icon ଆଜିକାଲି

ଇନଫ୍ଳୁଏଞ୍ଜା ଭୟ, ମନଇଚ୍ଛା ଔଷଧ ନ ଖାଇବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ



ଭୁବନେଶ୍ୱର : ରାଜ୍ୟରେ ଇନଫ୍ଲୁଏଞ୍ଜା ଭୟ । ଏଚ୩ଏନ୨ ଭାଇରସକୁ ନେଇ ରାଜ୍ୟରେ ଚିନ୍ତା ପ୍ରକାଶ ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, କୋଭିଡ ଓ ଏଚ୩ଏନ୨ର ଲକ୍ଷଣ ସମାନ । ଲକ୍ଷଣ ଥିଲେ ନିଜକୁ ଅଲଗା ରଖିବାକୁ ସେ ପରାମର୍ଶ ଦେଇଛନ୍ତି।ମନଇଚ୍ଛା ଔଷଧ ନଖାଇବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ଦେଇଛି ।

ଏହାଛଡା ବିନା ପରାମର୍ଶରେ ଆଣ୍ଟିବାୟୋଟିକ ନ ଖାଇବାକୁ ପରାମର୍ଶ ଦିଆଯାଇଛି ।ଲକ୍ଷଣ ବଢ଼ୁଥିବାରୁ ଆଇଏଲଏସ ସର୍ଭିଲାନ୍ସ ବୃଦ୍ଧି କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

Exit mobile version