Site icon ଆଜିକାଲି

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

ବରଗଡ଼ – ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ବିଧିବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶ୍ୱର ସର୍ବବୃହତ ଖୋଲା ରଙ୍ଗ ମଞ୍ଚରେ ଅଭିନୀତ ହେଉଥିବା ଧନୁଯାତ୍ରା ମହୋତ୍ସବ ଆୟୋଜନ ପାଇଁ ସ୍ଥାପନ ହୋଇଛି ଶୁଭଖୁଣ୍ଟି ।

ବରଗଡର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପରେ ହାଟପଦା ସଞ୍ଚାର ମଣ୍ଡପକୁ ପହଞ୍ଚିଥିଲା ଏହି ଶୋଭାଯାତ୍ରା। ସେଠାରେ ରାଜ ପୁରୋହିତଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା। ୭୬ତମ ବରଗଡ଼ ଧନୁଯାତ୍ରା ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବ । ଧନୁଯାତ୍ରା ମହୋତ୍ସବ ସମିତିରର ଅଧ୍ୟକ୍ଷା ଜିଲ୍ଲାପାଳ ମୋନିଷା ବାନାର୍ଜୀ କହିଛନ୍ତି, ସବୁବର୍ଷ ଭଳି ଏହି ବର୍ଷ ମଧ୍ୟ ଉତ୍ସାହ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ସମସ୍ତଙ୍କର ସହଯୋଗରେ ଧନୁ ଯାତ୍ରା ବହୁ ସୁନ୍ଦର ଭାବେ ହେବା ନେଇ ସେ ଆଶା କରନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।

Exit mobile version