Site icon ଆଜିକାଲି

ବିଶ୍ୱକପ ପରେ ବିର୍ସା ମୁଣ୍ଡାକୁ ଫେରିବ ଆନ୍ତର୍ଜାତିକ ହକି, ଆଜିଠୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍

ରାଉରକେଲା : ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଉଛି ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌। ଗତ ଜାନୁଆରୀର ବିଶ୍ୱକପ ପରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦ୍ୱିତୀୟ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ଏଫଆଇଏଚ ପ୍ରୋ ଲିଗ୍ ହକିରେ ଭାରତ ସମେତ ବିଶ୍ବ ଚାମ୍ପିଅନ ଜର୍ମାନୀ ଓ ବିଶ୍ବର ଚତୁର୍ଥ ମାନ୍ୟତାପ୍ରାପ୍ତ ଦଳ ଅଷ୍ଟ୍ରେଲିଆ ମଧ୍ୟରେ ୬ଟି ମ୍ୟାଚ୍‌ ଖେଳାଯିବ। ପ୍ରତ୍ୟେକ ଦଳ ପରସ୍ପର ବିରୋଧରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବେ।

ଆଜି ପ୍ରଥମ ମ୍ୟାଚ୍‌ ଭାରତ ଓ ବିଶ୍ୱ ଚାମ୍ପିଅନ ଜର୍ମାନୀ ମଧ୍ୟରେ ଖେଳାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୋ ଲିଗ୍ ହକିର ଶୁଭାରମ୍ଭ କରିବେ ।

Exit mobile version