Site icon ଆଜିକାଲି

ସମ୍ବଲପୁର ଜିଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ, ୨୫ ଗିରଫ

ଭୁବନେଶ୍ୱର : ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ସମୟରେ ପଥରମାଡ ଘଟଣା ପରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଦୃଷ୍ଟିରୁ ଜିଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ଏହି ପଦକ୍ଷେପ ନିଆଯାଇଛି। ଗୁରୁବାର ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଇଣ୍ଟରନେଟ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଅନ୍ୟପକ୍ଷରେ ଗତ ବୁଧବାର ଠାରୁ ସମ୍ବଲପୁର ସହରରେ ୧୪୪ ଧାରା ଜାରି ରହିଛି । ସେହିପରି ଗଣ୍ଡଗୋଳ ଘଟଣାରେ ପୋଲିସ ୨୫ ଜଣଙ୍କୁ ଗିରଫ କରିଛି ।

Exit mobile version