Site icon ଆଜିକାଲି

ବରିଷ୍ଠ କିରାଣୀଙ୍କୁ ସିଡିପିଓ ଚୌକିରୁ ଠେଲିବା ଘଟଣା: ତଦନ୍ତ ଆରମ୍ଭ କଲେ ଡିଏସଡବ୍ଲୁଓ

ନବରଙ୍ଗପୁର : ବରିଷ୍ଠ କିରାଣୀଙ୍କୁ ସିଡିପିଓ ଚୌକିରୁ ଠେଲିବା ଘଟଣାରେ ତଦନ୍ତ ଆରମ୍ଭ। ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ। ଡାବୁଗାଁ ସିଡିପିଓ ଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ। କେଉଁ କାରଣରୁ ଏପରି ଘଟଣା ଘଟିଲା ସେନେଇ ତଦନ୍ତ କରୁଛନ୍ତି। କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା । ସମସ୍ତ ଦିଗରେ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ନବରଙ୍ଗପୁର ଡାବୁଗାଁ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧକ୍କାମାରି ତଳେ ଗଡାଇ ଦେଇଥିଲେ ଡାବୁଗାଁ ସିଡିପିଓ । ମହିଳା କିରାଣୀଙ୍କ ମୁଣ୍ଡ କାନ୍ଥରେ ପିଟି ହେବାରୁ ଆଘାତ ଲାଗିଛି । ଜୁନ ମାସର ଦରମାକୁ ନେଇ ବରିଷ୍ଠ ମହିଳା କିରାଣୀ ସନ୍ତୋଷ କୁମାରୀ ମିଶ୍ର ତାଙ୍କ ଜୁନ ମାସର ଦରମା କାହିଁକି ମିଳିନାହିଁ ବୋଲି ଅଫିସରେ ପାଟିତୁଣ୍ଡ କରିଥିଲେ । ସେ ସମୟରେ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସିଡିପିଓ ଗୀତାଞ୍ଜଳି ମହାରଣା କିରାଣୀଙ୍କୁ ପାଟି ବନ୍ଦକରି ବସି ରହିବାକୁ କହିଥିଲେ । ବରିଷ୍ଠ କିରାଣୀ ସିଡିପିଓଙ୍କ ସହ ଯୁକ୍ତିତର୍କ କରିବା ଆରମ୍ବ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସିଡିପିଓ ବରିଷ୍ଠ କିରାଣୀ ବସିଥିବା ସ୍ଥାନକୁ ଯାଇ ତାଙ୍କୁ ଧକ୍କା ମାରିଥିଲେ । ଏହାପରେ ସିଡିପିଓ କିରାଣୀଙ୍କ ପାଖକୁ ଯାଇ ତାଙ୍କ ବେକ ଧରି ଟାଣିଥିଲେ ଏବଂ ମୁଥ ମାରିବା ପାଇଁ ଉଦ୍ୟମ କରିଥିଲେ ।

Exit mobile version