Site icon ଆଜିକାଲି

ଗଞ୍ଜେଇ ପାଇଁ ଖାକିରେ ଲାଗିଲା ଦାଗ, ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ

ବୌଦ୍ଧ:  ବୌଦ୍ଧ ଗଞ୍ଜେଇ କାରବାର ସମ୍ପୃକ୍ତିରେ ବଘିଆପଡା ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ । ନିଲମ୍ବିତ କଲେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ପ୍ରହଲ୍ଲାଦ ସହାଇ ମୀନା । ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ , କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ନିଲମ୍ବିତ ।

ସୂଚନା ଥାଉକି , ଗତ ୧୬ ତାରିଖରେ ଜଣେ ଗଞ୍ଜେଇ ବେପାରିକୁ ଏକ ବାଇକ ସହ ଧରାଯାଇଥିଲା । ଏପରିକି ତା ନିକଟରୁ ୧୬ କିଲୋ ମଧ୍ୟ ଜବତ ହୋଇଥିଲା । ତେବେ ଆସାମୀକୁ ଛାଡିବା ସହ ଗଂଜେଇ ନିଜ ସରକାରୀ କ୍ବାର୍ଟରରେ ରଖିଲେ ପୋଲିସ ଅଧିକାରୀ । ଏବେ ଏହି ଘଟଣାର ଖୋଳତାଡ ପରେ ଅସଲ ସତ ସାମ୍ନାକୁ ଆସିଛି । ଏହି କାରବାରରେ ପୋଲିସ କର୍ମଚାରୀ ସାମିଲ ଥିବା ଜଣାପଡିବା ପରେ ଆକ୍ସନ ନେଇଛନ୍ତି ଏସପି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି ।

Exit mobile version