Site icon ଆଜିକାଲି

ଆଇପିଏଲ-୨୦୨୩ : କୋଲକାତାକୁ ୯ ଓ୍ବିକେଟରେ ହରାଇଲା ରାଜସ୍ଥାନ

କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ କୋଲକାତାକୁ  ୯ ଓ୍ବିକେଟରେ ହରାଇଛି ରାଜସ୍ଥାନ ।

ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଜାସନ ରଏଙ୍କ ଓ୍ବିକେଟ ହରାଇଥିଲା । ସେ ମାତ୍ର ୧୦ ରନ କରିଥିଲେ । ତାଙ୍କ ପରେ ପରେ ରେହମାନୁଲ୍ଲା ଗୁରବାଜ୍ ବି ୧୮ ରନ କରିଆଉଟ ହୋଇଥିଲେ । ତେବେ ଭେଙ୍କଟେଶ ଆୟର ଓ ନୀତିଶ ରାଣା ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ସ୍କୋର ଛିଡ଼ା କରିବାରେ ସହାୟକ ହୋଇଥିଲେ । ଆୟର ସର୍ବାଧିକ୫୭ରନ ଓ ରାଣା ୨୨ରନ କରିଥିଲେ । ରିଙ୍କୁ ସିଂ ୧୬ରନ କରି ଚହଲଙ୍କ ବଲରେ ଆଉଟ ହୋଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୯ରନ କରିଥିଲା । ରାଜସ୍ଥାନ ପକ୍ଷରୁ ଯୁଜବେନ୍ଦ୍ର ଚହଲ ୪ଟି ଓ୍ବିକେଟ ଓ ଟ୍ରେଣ୍ଟ ବୋଲଟ୍ ୨ଟି ଓ୍ବିକେଟ ନେଇଥିଲେ ।

କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ଦ୍ଵାରା ଧାର୍ଯ୍ୟ ୧୫୦ ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ମାତ୍ର ୧୩.୧ ଓଭରରେ ୧ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି ଦଳ। ଜୟସଓ୍ଵାଲ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୭ ବଲ୍‌ରୁ ୧୩ ଚୌକା ଏବଂ ୫ ଛକା ସହ ୯୮ ରନର ଅପରାଜିତ ଇନିଂସ ଖେଳି ଦଳକୁ ସହଜ ବିଜୟ ଦେଇଛନ୍ତି। ଅଧିନାୟକ ସଞ୍ଜୁ ସାମସନ ୨୯ ବଲ୍‌ରୁ ୪୮ ରନ କରି ଅପରାଜିତ ରହିଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଭେଙ୍କଟେଶ ଆୟରଙ୍କ ୫୭ ରନ ବଳରେ ୮ ଓ୍ଵିକେଟ୍ ହରାଇ ୧୪୯ ରନ କରିଥିଲା। ଏହି ବିଜୟ ପରେ ରାଜସ୍ଥାନ ରୟାଲ୍ସ ୧୨ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ୧୨ଶ ମ୍ୟାଚ୍‌ରୁ ୭ମ ପରାଜୟ ଭୋଗି ପ୍ଲେ ଅଫରୁ ବାଦ୍ ପଡ଼ିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି।

Exit mobile version