Site icon ଆଜିକାଲି

ଆଜିର ଦିନରେ ଓଡ଼ିଶା ଦେଖିଥିଲା ମହାବାତ୍ୟାର କରାଳ ରୂପ

ଭୁବନେଶ୍ୱର : ଆଜିର ଦିନରେ ଓଡ଼ିଶା ଭୋଗିଥିଲା ପ୍ରକୃତିର ଦଣ୍ଡ। ସେବେଠାରୁ ମନରୁ ଲିଭିନି ୧୧୯୯ ମହାବାତ୍ୟାର କାରଳ ରୂପ।ଏହାରି ଭିତରେ ବିତି ଯାଇଚି ୨୩ ବର୍ଷ । ଆଜି ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରୁଛି । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମ୍ ରେ ଓଏସଡିଏମଏ ପକ୍ଷରୁ ମିନି ମାରାଥନ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ ପିଲା ଯୋଗ ଦେଇଥିଲେ ।

ଏହି ମାରାଥନ ୧୯୯୯ ଅକ୍ଟୋବର ୨୯ରେ ଘଟିଥିବା ମହାବାତ୍ୟାର ବିଭିଷିକା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ସଚେତନତା ଓ ସତର୍କର ବାର୍ତ୍ତା ବାଣ୍ଟିଥିଲା । ଚଳିତ ବର୍ଷର ବିଷୟବସ୍ତୁ ରହିଛି ସଶକ୍ତ ‘ଗୋଷ୍ଠୀ ସୁରକ୍ଷିତ ଓଡ଼ିଶା’ । ବିପର୍ଯ୍ୟୟ ନେଇ ସୂଚନା ପାଇବା ପରେ, ବିପର୍ଯ୍ୟୟ ସମୟରେ, ବିପର୍ଯ୍ୟୟ ପରେ କଣ କରାଯିବା ଉଚିତ୍ ସେ ନେଇ ସଚେତନା ବୃଦ୍ଧି କରାଯିବା ଆବଶ୍ୟକ ।

କାରଣ ସଚେତନତା ହିଁ ସୁରକ୍ଷା, ବିଶେଷ କରି ବିପର୍ଯ୍ୟୟ ବେଳେ ସମନ୍ୱୟତା ଅବଲମ୍ବନ ପୂର୍ବକ ଆମେ ସମସ୍ତେ ଶତ ପ୍ରତିଶତ ଆମର ଦାୟିତ୍ୱ ନିଭାଇ ପାରିଲେ ଆମେ ବିପର୍ଯ୍ୟୟର ସଠିକ୍ ମୁକାବିଲା କରିପାରିବା ବୋଲି କହିଛନ୍ତି ମନ୍ତ୍ରୀ ତୁଷାର କାନ୍ତି ବେହେରା ।୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଓଡ଼ିଶାରେ ପ୍ରଳୟଙ୍କାରୀ ମହାବାତ୍ୟା ହୋଇ ଧନଜୀବନ ନଷ୍ଟ ହୋଇଥିଲା । ତେଣୁ ପ୍ରତିବର୍ଷ ଏହି ଦିନକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ ମନ୍ତ୍ରୀ ତୁଷାର କାନ୍ତି ବେହେରା, ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ସମତେ ଓଏସଡିଏମଏର କର୍ମକର୍ତା ଉପସ୍ଥିତ ଥିଲେ ।

Exit mobile version