Site icon ଆଜିକାଲି

ଆସନ୍ତା ୨-୩ ଦିନରେ ଆହୁରି ଖସିବ ପାରଦ

ଭୁବନେଶ୍ୱର : ରାଜ୍ୟର କିଛି ଅଞ୍ଚଳରେ ଆହୁରି ଖସିବ ପାରଦ । ଆସନ୍ତା ୨ରୁ ୩ ଦିନ ଭିତରେ ତାପମାତ୍ରା ଖସିବ ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବନୁମାନ କରିଛି । କିଛି ଜିଲ୍ଲାରେ ଘନ କୁହୁଡି ଦେଖାଯାଇପାରେ । ଗତକାଲି କୋରାପୁଟରେ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ରାତି ତୁଳନାରେ ସକାଳେ ଅଧିକ ଥଣ୍ଡା ଅନୁଭୂତ ହୋଇଛି । କୋରାପୁଟରେ ରାତି ତାପମାତ୍ରା ୧୧.୫ ଡିଗ୍ରୀ ଥିଲା । ଜି. ଉଦୟଗିରିରେ ୧୩, ସୁନ୍ଦରଗଡ ଓ ଝାରସୁଗୁଡାରେ ୧୩.୮, କେନ୍ଦୁଝରରେ ୧୪.୬ ଏବଂ ବାଲେଶ୍ୱରରେ ୧୫.୩, ବାରିପଦାରେ ୧୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Exit mobile version